Queen Elizabeth II Funeral: ରାଣୀ ଏଲିଜାବେଥଙ୍କ ମୃତଦେହକୁ ଆଗାମୀ ୧୦ ଦିନ ପାଇଁ ଦିଆଯିବ ନାହିଁ ସମାଧି, ଜାଣନ୍ତୁ ଅନ୍ତିମ ସଂସ୍କାରର ପୂରା ପ୍ରକ୍ରିୟା
Advertisement
trendingNow11343087

Queen Elizabeth II Funeral: ରାଣୀ ଏଲିଜାବେଥଙ୍କ ମୃତଦେହକୁ ଆଗାମୀ ୧୦ ଦିନ ପାଇଁ ଦିଆଯିବ ନାହିଁ ସମାଧି, ଜାଣନ୍ତୁ ଅନ୍ତିମ ସଂସ୍କାରର ପୂରା ପ୍ରକ୍ରିୟା

Queen Elizabeth II Funeral: ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ନିଧନ (Queen Elizabeth II Death) ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଲୋକଙ୍କ ଭିଡ଼ ଜମିଛି । ଲୋକମାନେ ତାଙ୍କୁ ମନେ ପକାଇ ଭାବପ୍ରବଣ ହେଉଛନ୍ତି । ଏହି ସମୟରେ ଅନେକ ଲୋକ ଏହା ମଧ୍ୟ ଜାଣିବାକୁ ଚାହାଁନ୍ତି ଯେ ରାଣୀଙ୍କର ଶେଷକୃତ୍ୟ କେବେ ହେବ । ତାଙ୍କୁ କେବେ ସମାଧି ଦିଆଯିବ, ଯାହା ଦ୍ୱାରା ଲୋକମାନେ ତାଙ୍କୁ ଶେଷ ବିଦାୟ ଦେଇ ପାରିବେ । 

Queen Elizabeth II Funeral: ରାଣୀ ଏଲିଜାବେଥଙ୍କ ମୃତଦେହକୁ ଆଗାମୀ ୧୦ ଦିନ ପାଇଁ ଦିଆଯିବ ନାହିଁ ସମାଧି, ଜାଣନ୍ତୁ ଅନ୍ତିମ ସଂସ୍କାରର ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ: Queen Elizabeth II Death: ରାଣୀ ଏଲିଜାବେଥ୍ ଦ୍ୱିତୀୟ (Queen Elizabeth II) ୯୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ନିଧନ ଖବର ପାଇବା ପରେ ସାରା ଦୁନିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ସମସ୍ତେ ତାଙ୍କର କର୍ତ୍ତବ୍ୟ, ଦୟାଳୁ ଏବଂ ହସମୁହଁ ବ୍ୟକ୍ତିତ୍ୱକୁ ମନେ ପକାଉଛନ୍ତି । ମହାରାଣୀ ବ୍ରିଟେନକୁ ୭ ଦଶନ୍ଧି ଧରି ଶାସନ କରିଛନ୍ତି ଓ ସେ ପ୍ରତ୍ୟେକ ଲୋକଙ୍କ ହୃଦୟରେ ବାସ କରନ୍ତି । ରାଣୀ ଭାବରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି ।

ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ନିଧନ (Queen Elizabeth II Death) ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଲୋକଙ୍କ ଭିଡ଼ ଜମିଛି । ଲୋକମାନେ ତାଙ୍କୁ ମନେ ପକାଇ ଭାବପ୍ରବଣ ହେଉଛନ୍ତି । ଏହି ସମୟରେ ଅନେକ ଲୋକ ଏହା ମଧ୍ୟ ଜାଣିବାକୁ ଚାହାଁନ୍ତି ଯେ ରାଣୀଙ୍କର ଶେଷକୃତ୍ୟ କେବେ ହେବ । ତାଙ୍କୁ କେବେ ସମାଧି ଦିଆଯିବ, ଯାହା ଦ୍ୱାରା ଲୋକମାନେ ତାଙ୍କୁ ଶେଷ ବିଦାୟ ଦେଇ ପାରିବେ । ଏହି ପ୍ରଶ୍ନର ଉତ୍ତର ଗତ ବର୍ଷ ଲିକ୍ ହୋଇଥିବା ରିପୋର୍ଟରୁ ଆସିଛି । ଏହି ରିପୋର୍ଟରେ କ’ଣ ଥିଲା ଓ ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର କିପରି କରାଯିବ, ଆସନ୍ତୁ ତାହା ବିଷୟରେ ଜାଣିବା...

୨୦୨୧ରେ ଏକ ଆମେରିକୀୟ ନ୍ୟୁଜ୍ ୱେବସାଇଟରେ ରିପୋର୍ଟ ଲିକ୍ ହୋଇଥିଲା । ଏହି ରିପୋର୍ଟ 'ଅପରେସନ୍ ଲଣ୍ଡନ ବ୍ରିଜ୍' (Operation London Bridge) ସହିତ ଜଡିତ ଥିଲା, ଯେଉଁଥିରେ ରାଣୀଙ୍କ ନିଧନ ପରେ ଅନ୍ତିମ ସଂସ୍କାର ବିଷୟରେ କୁହାଯାଇଥିଲା । ସେହି ଲିକ୍ ରିପୋର୍ଟ ଅନୁଯାୟୀ, ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ୧୦ ଦିନ ପର୍ଯ୍ୟନ୍ତ ଚାଲିବ । ରାଣୀଙ୍କ ମୃତଦେହ ସଂସଦର କଫିନ୍‌ରେ ୩ ଦିନ ରଖାଯିବ । ତାଙ୍କର ସମାଧି ପୂର୍ବରୁ ତାଙ୍କର ନୂତନ ଉତ୍ତରାଧିକାରୀ, ତାଙ୍କ ପୁଅ ପ୍ରିନ୍ସ ଚାର୍ଲ୍ସ, ତାଙ୍କର ଅନ୍ତିମ ସଂସ୍କାର ପୂର୍ବରୁ ଦେଶ ଭ୍ରମଣ କରିବେ । ବ୍ରିଟେନ ମଧ୍ୟରେ ଆସୁଥିବା ସମସ୍ତ ଦେଶ ମଧ୍ୟ ଏଥିରେ ସାମିଲ ହେବେ ।

ଏହା ବି ପଢ଼ନ୍ତୁ:-LIC ର କୋଟି କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର; ଏଣିକି ଜୀବନ ସାରା ଆକାଉଣ୍ଟରେ ଆସିବ ଟଙ୍କା, ଲଞ୍ଚ ହେଲା ଏହି ଖାସ୍ ପ୍ଲାନ୍

ଏହା ବି ପଢ଼ନ୍ତୁ:-୨୦୨୪ରେ କିଏ ହେବେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ନୀତିଶ କୁମାର ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ଏହି ଯୋଜନା ଅଧୀନରେ ଯୁବ ବର୍ଗଙ୍କୁ ମିଳିବ ମାସକୁ ୩୪୦୦ ଟଙ୍କା! ସରକାର ଦେଲେ ବଡ଼ ସୂଚନା

ଯୋଜନା ଅନୁଯାୟୀ, ଉପରୋକ୍ତ ସମସ୍ତ ପ୍ରକ୍ରିୟା ଶେଷ କରିବା ପରେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କୁ ପ୍ରିନ୍ସ ଫିଲିପଙ୍କ ପାଖରେ ସମାଧି ଦିଆଯିବ । ଗତ ବର୍ଷ ଲିକ୍ ହୋଇଥିବା ଏହି ରିପୋର୍ଟ ଅନୁଯାୟୀ, ରାଣୀଙ୍କ ମୃତ୍ୟୁ ପରଠାରୁ ଅନ୍ତିମ ସଂସ୍କାର ଦିନ ପର୍ଯ୍ୟନ୍ତ ଜାତୀୟ ଶୋକ ରହିବ । ଏହି ଦିନଗୁଡ଼ିକରେ ସମଗ୍ର ଦେଶରେ ଛୁଟି ରହିବ । ଅର୍ଥାତ୍ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ, କଲେଜ, କମ୍ପାନୀ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିବ । ରିପୋର୍ଟରେ କୁହାଯାଇଛି ଯେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ଦିନକୁ 'ଡି-ଡେ' ବୋଲି ଅଧିକାରୀମାନେ ବିଚାର କରିବେ । ରାଣୀଙ୍କ ମୃତ୍ୟୁର ୧୦ ଦିନ ପରେ ସମାଧି ଦିଆଯିବାର ଯୋଜନା ରହିଛି । ତେବେ ରାଣୀଙ୍କ ଅନ୍ତିମ ସଂସ୍କାରକୁ ନେଇ ଏପର୍ଯ୍ୟନ୍ତ କୌଣସି ଏପରି ସୂଚନା ମିଳିନାହିଁ, ଯାହା ପୁରାତନ କାର୍ଯ୍ୟକ୍ରମକୁ ପରିବର୍ତ୍ତନ କରିବାକୁ ଯାଉଛି ।

Trending news